ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ରୀତା ସାହୁ। ଐତିହାସିକ ବିଜୟ ପରେ ରୀତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ସମସ୍ତ ବିଜେଡି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗୁରୁବାର ବିଜେପୁର ଉପନିର୍ବାଚନ ଫଳାଫଳରେ ବିପୁଳ ସଂଖ୍ୟାରେ ଭୋଟ୍‌ ପାଇ ବିଜୟ ହୋଇଛନ୍ତି ରୀତା। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୯୭ ହଜାର ୯୯୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ବିଜେଡି ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭ ହଜାର ୯୬୭ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ୫ ହଜାର ୮୭୧ ଭୋଟ ପାଇଛନ୍ତି।

ରୀତା ସାହୁ ନବୀନଙ୍କଠାରୁ ରେକର୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

Comment