ଓଡ଼ିଶାଲାଇଭ ବ୍ୟୁରୋ

Lokaseva Bhawan

ଏଣିକି ସ୍କୁଲରେ ଆଉ ଛାତ୍ରଛାତ୍ରୀ ହାତ ଟେକି କହିବେନି ‘ପ୍ରେସେଣ୍ଟ ସାର୍‌’। ଏନେଇ ସରକାର ଆଣୁଛନ୍ତି ନୂଆ ଯୋଜନା। ରାଜ୍ୟର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ପ୍ରତ୍ୟେକ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ ପ୍ରକଳ୍ପ ଭାବେ ଏହା ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏହା ଦ୍ଵାରା କେଉଁ ଶିକ୍ଷକ ଓ କେତେ ପିଲା ସ୍କୁଲରେ ଉପସ୍ଥିତ ଅଛନ୍ତି ସହଜରେ ଜାଣିହେବ। ପ୍ରଥମେ ରାଜ୍ୟରେ ଶହେଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଭାବେ ଚିହ୍ନଟ କରାଯିବ। ଏହାସହ ସ୍କୁଲଗୁଡ଼ିକରେ ସ୍ପୋକନ ଇଂଲିଶ ସହ ଅନ୍ୟ ଭିତ୍ତିଭୂମି ଦିଆଯିବ।

ସେହିପରି ନୂଆ ଷ୍ଟୁଡେଣ୍ଟଙ୍କ ପାଇଁ ହେଲ୍ପଲାଇନ ନମ୍ଵର ଜାରି କରାଯାଇଛି। ନୂଆ ଷ୍ଟୁଡେଣ୍ଟ ହେଲ୍ପଲାଇନ ହେଉଛି ୧୪୪୧୭୧।

Comment