ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ମହିଳାମାନେ ଦିନର ଅଧିକାଂଶ ସମୟ ରୋଷେଇ ଘରେ କଟାନ୍ତି। ଏମିତିକି ଦରକାର ପଡ଼ିଲେ ଦିନରେ ୩/୪ ଥର ସେମାନେ ରୋଷେଇ କରନ୍ତି। ତେବେ ଏହା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ।

ଅଧିକ ସମୟ ରୋଷେଇ ଘରେ ବିତାଉଥିବା ମହିଳା ଖୁବଶୀଘ୍ର ରୋଗଗ୍ରସ୍ତ ହୋଇଥାନ୍ତି। ନିକଟରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି।

ମହିଳାଙ୍କୁ ନେଇ କରାଯାଇଥିବା ସର୍ଭେ ଅନୁସାରେ ରୋଷେଇ ଘରେ ଅଧିକ ସମୟ ବିତାଉଥିବା ମହିଳାଙ୍କୁ ହୃଦ୍‌ରୋଗ ହୋଇଥାଏ।

ଏହାସହ ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। କେବଳ ସେତିକି ନୁହେଁ, ସେମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି।

ସେମାନଙ୍କ ତୁଳନାରେ ରୋଷେଇ ଘରେ କମ୍ ସମୟ ବିତାଉଥିବା ମହିଳା ସୁସ୍ଥ ରହିଥାନ୍ତି। ତେଣୁ ଏଥରକ ଯେତେସମ୍ଭବ ରୋଷେଇ ଘରେ କମ୍ ସମୟ ବିତାନ୍ତୁ ।

Comment