ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି ବାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କ ସ୍ଥାନରେ ଉନ୍ନତି ହୋଇଛି।

ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ୭୦ ରନ କରିଥିବା ବେଳେ ବୋଲିଂ କରି ୬ଟି ଓ୍ଵିକେଟ ହାସଲ କରିଥିଲେ। ସେହିପରି ଦ୍ଵିତୀୟ ଟେଷ୍ଟରେ ବ୍ୟାଟିଂ କରି ୯୧ ରନ କରିଥିବା ବେଳେ ବୋଲିଂରେ ୪ଟି ଓ୍ଵିକେଟ ନେଇଥିଲେ। ତୃତୀୟ ଟେଷ୍ଟରେ ୫୧ରନ କରି ୩ଟି ଓ୍ଵିକେଟ ନେଇଥିଲେ।

ତେବେ ତାଙ୍କୁ ଅଲରାଉଣ୍ଡରରେ ପ୍ରଥମ ସ୍ଥାନ ହାସଲ କରିବାକୁ ହେଲେ ଆହୁରି ୫୪ ପଏଣ୍ଟର ବ୍ୟବଧାନକୁ ଟପିବାକୁ ହେବ। ଅଲରାଉଣ୍ଡରର ପ୍ରଥମ ସ୍ଥାନରେ ଓ୍ଵେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ୪୭୨ ପଏଣ୍ଟରେ ରହିଛନ୍ତି। ତାଙ୍କ ପଛକୁ ଜାଡେଜା ୪୧୯ ପଏଣ୍ଟରେ ରହିଛନ୍ତି।

Comment