ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ଫିପ୍ଟି-ଫିପ୍ଟି ପଲିସିରୁ ହଟୁନି ଶିବସେନା। ଆଦିତ୍ୟ ଠାକ୍‌ରେଙ୍କୁ ପ୍ରଥମେ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ନବ ନିର୍ବାଚିତ ବିଧାୟକମାନେ ଦାବି କରିଛନ୍ତି। ଏଥିପାଇଁ ବିଜେପି ଲିଖିତ ପ୍ରତିଶ୍ରୁତି ଦେବାକୁ ଦାବି କରିଛନ୍ତି ଶିବସେନାର ବିଧାୟକ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କେଁ ଦେଖାଦେଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଫିପ୍ଟି-ଫିପ୍ଟି ପଲିସି କଥା ଉଠାଇ ରାଜନୀତିକୁ ଗୋଳିଆ କରିଛନ୍ତି। ଏହାକୁ ହିଁ ଶିବସେନାର ନେତାମାନେ ଅସ୍ତ୍ର କରିଛନ୍ତି।

ମୁମ୍ବାଇର ଶିବସେନା ପାର୍ଟି ଅଫିସ୍‌ରେ ନବନିର୍ବାଚିତ ବିଧାୟକମାନଙ୍କର ବୈଠକ ବସିଥିଲା। ଏହି ବୈଠକରେ ସବୁ ନେତା ଆଦିତ୍ୟ ଠାକ୍‌ରେଙ୍କୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଜୋର୍‌ ଦିଆଯାଇଥିଲା। ଆଉ ଅଢ଼େଇ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ରୁହନ୍ତୁ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ଆଦିତ୍ୟ ଠାକ୍‌ରେଙ୍କୁ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ପ୍ରଥମେ ଲିଖିତ ପ୍ରତିଶ୍ରୁତି ଦେବାକୁ ଦାବି କରିଛି ଶିବସେନା।

ଏପଟେ ଆଦିତ୍ୟ ଠାକ୍‌ରେଙ୍କୁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦର୍ଶାଇ ମୁମ୍ବାଇର କିଛି ସ୍ଥାନରେ ସମର୍ଥକମାନେ ପୋଷ୍ଟର ମାରିଛନ୍ତି। ଶିବସେନା ଫିପ୍ଟି-ଫିପ୍ଟି ଫର୍ମୁଲା ଦାବି କରିଥିବା ବେଳେ ବିଜେପି ଏଯାଏଁ କିଛି ପ୍ରତିକ୍ରିୟା ଦେଇନି।

Comment