ଓଡ଼ିଶାଲାଇଭ ବ୍ୟୁରୋ

ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣିଥାଏ ଏହି ପର୍ବ। ତେବେ ଦୀପାବଳି ସମୟରେ ସମୟରେ ଗଣମାଧ୍ୟମରେ ଦୁର୍ଘଟଣା ଖବର ମନକୁ ଅଧିକ ଦୁଃଖ ଦେଇଥାଏ। ତେବେ ସାଧାରଣ ଲୋକ ଯଦି ଅଳ୍ପ ସାବଧାନତାର ସହ ଏହି ପର୍ବକୁ ପାଳନ କରିବେ, ତେବେ ସମସ୍ତେ ଏକ ଦୁର୍ଘଟଣା ମୁକ୍ତ ଦୀପାବଳି ପାଳିପାରିବେ।

ଦୀପାବଳିରେ କଣ ପିନ୍ଧିବେ ଆଉ କ’ଣ ନପିନ୍ଧିବେ?

  • ଦୀପାବଳିରେ ଢ଼ିଲା ଡ୍ରେସଠାରୁ ଦୂରରେ ରୁହନ୍ତୁ।
  • ସହଜରେ ନିଆଁ ଲାଗିଯାଉଥିବା କପଡ଼ା ପିନ୍ଧନ୍ତୁ ନାହିଁ।
  • ଡ୍ରେସର ଓଢ଼ଣୀକୁ ଡ୍ରେସ ସହ ଯୋଡ଼ି ରଖନ୍ତୁ, ଓହ୍ଲାଇ ରଖନ୍ତୁ ନାହିଁ।
  • ସୂତା କପଡ଼ା ପିନ୍ଧନ୍ତୁ, ଏହା ଦୀପାବଳି ସମୟରେ ଆପଣଙ୍କୁ ସୁରକ୍ଷିତ ରଖିଥାଏ।
  • ମୁଣ୍ଡର କେଶକୁ ଭଲ ଭାବରେ ବାନ୍ଧି ରଖନ୍ତୁ, କେଶକୁ ଖୋଲା ରଖନ୍ତୁ ନାହିଁ।
  • ବାଣ ଫୁଟାଇବା ସମୟରେ ଜୋତା ପିନ୍ଧନ୍ତୁ।

ସତର୍କତାର ସହ ଦୀପାବଳୀ ପାଳନ୍ତୁ

  • ଦୀପକୁ ସତର୍କତାର ସହ ଜଳାନ୍ତୁ
  • ଦୁଇଟି ଦୀପ ମଧ୍ୟରେ ଉପଯୁକ୍ତ ଦୂରତା ରଖନ୍ତୁ
  • ଗଛଥିବା ସ୍ଥାନରୁ ଦୀପକୁ ଦୂରେଇ ରଖନ୍ତୁ
  • ବିଦ୍ୟୁତ ତାରଠାରୁ ଦୀପକୁ ଦୂରେଇ ରଖନ୍ତୁ
  • ଇଲେକ୍ଟ୍ରିକ୍ ଦୀପ ବ୍ୟବହାର କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ

କେମିତି ବାଣ ଫୁଟାଇବେ

  • ବାଣ କିଣିବା ପୂର୍ବରୁ ଏହାର ଗୁଣବତ୍ତା ଯାଞ୍ଚ କରନ୍ତୁ
  • ବାଣଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖନ୍ତୁ
  • ବାଣ ଫୁଟାଇବା ପାଇଁ କୌଣସି ଖାଲି ସ୍ଥାନକୁ ବାଛନ୍ତୁ
  • ହାତରେ କୌଣସି ପ୍ରକାର ବାଣ ଫୁଟାନ୍ତୁ ନାହିଁ
  • ନିଜ ପକେଟରେ କୌଣସି ପ୍ରକାର ବାଣ ରଖନ୍ତୁ ନାହିଁ

ଏହାପରେ ଯଦି କୌଣସି ପ୍ରକାର ଅଘଟଣ ଘଟୁଛି। ତେବେ ଖୁବଶୀଘ୍ର ପ୍ରାଥମିକ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Comment