ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସାରାଦେଶରେ ଲୋକେ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଓଡ଼ିଶାରେ ଏହି ପର୍ବର ଏକ ବିଶେଷତ୍ୱ ରହିଛି। ଏହି ଦିନ ପୂର୍ବପୁରୁଷଙ୍କୁ ଦୀପ ଦାନ କରି ପୂଜାର୍ଚ୍ଚନା କରିବାର ବିଧି ମଧ୍ୟ ରହିଛି। ତେବେ ଆପଣ ଜାଣିଛନ୍ତି କି, ଦୀପାବଳି ପାଳନ କରିବା ପଛର କାହାଣୀଟି କ’ଣ?

ପୁରାଣରେ ମଧ୍ୟ ଏହି ପର୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ୧୪ ବର୍ଷ ବନବାସ ସାରି ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିବା ଖୁସିରେ ଏହି ପର୍ବ ପାଳନ କରାଯାଏ। ରାଜ୍ୟବାସୀ ଏହି ଦିନ ଦୀପ ଜାଳି ଆଲୋକମାଳାରେ ରାମଙ୍କୁ ସ୍ୱାଗତ କରିଥିଲେ।

୧୪ ବର୍ଷ ଧରି ଘୋର ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ। ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ।

ସେହିଦିନଠାରୁ ଏହି ଦିନକୁ ଦୀପାବଳି ଭାବେ ପୂଜା କରାଯାଉଛି।

Comment