ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଆଲୋକର ପର୍ବ ଦୀପାବଳି। ଏହି ପର୍ବକୁ ରଙ୍ଗିନ କରିବାକୁ ଆଲୋକ ମାଳାରେ ସଜାଇ ହେଲାଣି ଘରଦ୍ଵାର। ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ବାଣ ବେପାର ଖୁବ୍‌ ଜମୁଛି। ବାଣ କିଣିବାକୁ ଦୋକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କେବଳ ବାଣ ନୁହେଁ ଆଲୋକରେ ଘର ସଜାଇବା ପାଇଁ ଲିଚୁ ଓ ଦୀପ ଦୋକାନରେ ମଧ୍ୟ ଭିଡ଼ ଜମିଛି।

ଏଥର ବଜାରକୁ ଆସିଛି ସ୍କାଏ ସୋ, ରାଇଡର୍ ଷ୍ଟାର୍, ଚକ୍ରି, କୁମ୍ପି, ରକେଟ, ତାଳ ଫୋଟକା, ଲକ୍ଷ୍ମୀ ବମ୍ ପରି ଭଳିକି ଭଳି ବାଣ। ରାଜଧାନୀର ଖଣ୍ଡଗିରି ଜାଗମରା ଯାତ୍ରା ପଡ଼ିଆ, ବରମୁଣ୍ଡା, ଭିଏସ୍ଏସ୍ ନଗର ଖୋଲା ପଡ଼ିଆ, ଡମଣା ଦୁର୍ଗାପୂଜା ପଡ଼ିଆ, ବଡ଼ଗଡ଼, ନୂଆପଲ୍ଲୀରେ ଲାଗିଛି ସ୍ୱତନ୍ତ୍ର ବାଣ ବଜାର। ରେଟ୍ ଟିକେ ଅଧିକା ରହିଛି। ହେଲେ ଗ୍ରାହକଙ୍କ ମନ ଫିକା ପଡିନି।

ସେପଟେ କଟକର ଖାନନଗର, ଜେଲ ପଡ଼ିଆ, ଦେବୀ ଗଡ଼ା, ପୋତାପୋଖରୀ ନେତାଜୀ ପଡ଼ିଆରେ ବି ବାଣ ଦୋକାନରେ ଗହଳି ଲାଗିଛି। ବାଲେଶ୍ୱରରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଏଥର ଦୁଇଟି ସ୍ଥାନ ଆଇଟିଆଇ ପଡ଼ିଆ ଓ ପୁରୁଣା ଷ୍ଟାଡିୟମ ପଡ଼ିଆରେ ଦୋକାନ ଖୋଲିଛି। ଖାଲି ବାଣ ନୁହେଁ, ମିଠା ଦୋକାନରେ ବି ବେପାର ଜୋରସୋରରେ ଚାଲିଛି।

ଏଥର ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ କମିସନରେଟ ପୋଲିସ ଆଡଭାଇଜରି ଜାରି କରିଛି। ସେହିପରି ଦୀପାବଳିରେ ଅଘଟଣ ଏଡ଼ାଇବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି।

Comment