ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ଛକାପଞ୍ଝା ଲାଗିରହିଛି। ସୋମବାର ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଶିବସେନା ଓ ବିଜେପି ନେତା ସାକ୍ଷାତ କରିଛନ୍ତି।

ନିର୍ବାଚନ ଫଳାଫଳ ବାହାରିବାର ୪ଦିନ ବିତିଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ମଧ୍ୟରେ ବିବାଦ ଲାଗିରହିଛି। ସୋମବାର ପ୍ରଥମେ ଶିବସେନା ନେତା ଦିବାକାର ରାଓତେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି।

ତେବେ ଏହି ସାକ୍ଷାତାକାର କେବଳ ସୌଜନ୍ୟମୂଳକ ଥିଲା ବୋଲି ଦୁଇନେତା କହିଛନ୍ତି।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫିପ୍ଟି-ଫିପ୍ଟି ଫର୍ମୁଲା ଆପଣେବାକୁ ଶିବସେନା ଦାବି କରୁଛି। ଯାହାକୁ ନେଇ ବିଜେପି-ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି।

Comment