ଓଡ଼ିଶାଲାଇଭ ବ୍ୟୁରୋ

ବାଂଲାଦେଶ ଟେଷ୍ଟ ଓ ଟି-୨୦ କ୍ୟାପଟେନ ସାକିବ-ଅଲ-ହାସନଙ୍କୁ ୨ବର୍ଷ ପାଇଁ ବ୍ୟାନ କଲା ଆଇସିସି।

ଭାରତ-ବାଂଲାଦେଶ ସିରିଜ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଛି। ବାଂଲାଦେଶର ଟି-୨୦ ଓ ଟେଷ୍ଟ କ୍ୟାପଟେନ ସାକିବ-ଅଲ-ହାସନଙ୍କୁ ୨ବର୍ଷ ପାଇଁ ବ୍ୟାନ କରିଛି ଆଇସିସି। ମ୍ୟାଚ ଫିକ୍ସିଂର ଅଫରର ସୂଚନା ନଦେବା ଯୋଗୁଁ ତାଙ୍କୁ ବ୍ୟାନ କରାଯାଇଛି।

ଦୁଇ ବର୍ଷ ପୂର୍ବେ ଜଣେ ବୁକି ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବାକୁ ଅଫର୍ ଦେଇଥିଲେ। କିନ୍ତୁ ସେ ତାଙ୍କର ଏହି ଅଫରରେ ରାଜି ହୋଇନଥିଲେ। ତେବେ ଆଇସିସି ନିୟମ ଅନୁସାରେ ସାକିବଙ୍କୁ ଏହି କଥା ଆଇସିସିକୁ ଜଣାଇବାର ଥିଲା। ହେଲେ ସେ ଜଣାଇ ନଥିଲେ।

ତେବେ ବର୍ତ୍ତମାନ ଆଇସିସି ତାଙ୍କୁ ୨ବର୍ଷ ପାଇଁ ବ୍ୟାନ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ଓ ଟି-୨୦ ବିଶ୍ଵକପରୁ ମଧ୍ୟ ସେ ବାଦ ପଡ଼ିଛନ୍ତି।

Comment