ଓଡ଼ିଶାଲାଇଭ ବ୍ୟୁରୋ

ସଂପର୍କରେ ଲାଗିଲା କଳଙ୍କ। ଟଙ୍କା ପାଇଁ ଭାଇ ମୁହଁକୁ ଚାହିଁଲାନି ଭାଇ। ନିଜ ପିଉସି ପୁଅ ଭାଇକୁ ଅପରହଣ କରି ୨୯ ହଜାର ଟଙ୍କାରେ ବିକ୍ରି କଲା ଭାଇ। ଏହି ଘଟଣାର ପର୍ଦ୍ଦାଫାସ କରିବା ପରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଘଟିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଦେଉଳଗୁଡ଼ା ଅଞ୍ଚଳରେ।

ଦେବ ନାୟକ ନାମକ ଜଣେ ଯୁବକ ମାତ୍ର ୨୯ ହଜାର ଟଙ୍କା ପାଇଁ ଦେଉଳଗୁଡାର ନିଜ ପିଉସି ପୁଅ ରମଣୀ ଅମାନତ୍ୟକୁ ୫ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲା। ୪୮ ଘଣ୍ଟା ଅପରହଣକାରୀଙ୍କ ସହ ରହି ଜୀବନ ମରଣ ସହ ସଂଘର୍ଷ ପରେ ରମଣୀ କୌଶଳକ୍ରମେ ସେମାନଙ୍କ କବଳରୁ ଖସି ଆସି ବିସ୍ଫୋରକ ବୟାନ ଦେଇଛି।

ରମଣୀକୁ ଯେଉଁମାନେ ଅପହରଣ କରିଥିଲେ ସେମାନେ ହେଲେ ରମଣୀଙ୍କ ମାମୁ ପୁଅ ଭାଇ ଦେବ ନାୟକ ଓ ତାଙ୍କର ୩ ଜଣ ସହଯୋଗୀ ବୋଲି ରମଣୀ କହିଛି। ତେବେ ଅନ୍ୟପକ୍ଷରେ ରମଣୀକୁ ବଳି ପାଇଁ ବିକ୍ରି କରାଯାଉଛି ବୋଲି ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି।

Comment