ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ମାସରୁ ରାଜ୍ୟରେ ଅନୁଭୂତ ହେବ ଶୀତ। ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଶେଷଜ୍ଞ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଦାରିଙ୍ଗବାଡ଼ି, କୋରାପୁଟ ଓ ଫୁଲବାଣୀରେ ପାରଦ ତଳକୁ ଖସି ଆସିବାର ସମ୍ଭାବନା ରହିଛି। ନଭେମ୍ବର ୧ରୁ ଭୁବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସବର୍ନିମ୍ନ ତାପମାତ୍ରା ପାଖାପାଖି ଦେଢ଼ ଡିଗ୍ରୀ କମିବ।

ଆସନ୍ତା ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତରେ ଗୁରୁଚାପର ସିଧାସଳଖ ପବନ ରାଜ୍ୟକୁ ବହିବ। ଫଳରେ ନଭେମ୍ବର ପହିଲାରୁ ଶୀତ ଅନୁଭୂତ ହେବ।

ଅନ୍ୟପଟେ ଆସନ୍ତା ୩୦ ଓ ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛିଟା ସ୍ଥାନରେ ସ୍ୱଳ୍ପ ବର୍ଷା ହେବ।

Comment