ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଇଡେନ ଗାର୍ଡେନରେ ଇଣ୍ଡିଆ ଟିମ୍ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିପାରେ। ବାଂଲାଦେଶ ବିପକ୍ଷରେ ନଭେମ୍ବର ୨୨ରେ ହେବାକୁ ଥିବା ଟେଷ୍ଟ ମ୍ୟାଚକୁ ବିସିସିଆଇ ଡେ’-ନାଇଟ କରିବାକୁ ଯୋଜନା କରୁଛି।

ଆସନ୍ତା ନଭେମ୍ବର ୧୪ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ଦ୍ୱିତୀୟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ସିରିଜର ଏହି ମ୍ୟାଚକୁ ଡେ’-ନାଇଟ କରାଯାଇପାରେ।

ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅପରେସନ ଚେୟାରମ୍ୟାନ୍ ଅକରମ ଖାନ୍ କହିଛନ୍ତି, “ଦିବାରାତ୍ର ଟେଷ୍ଟ ମ୍ୟାଚ୍ ନେଇ ବିସିସିଆଇ ଆମକୁ ପ୍ରସ୍ତାବ ଦେଇଛି। ଖେଳାଳି ଓ ପ୍ରଶାସକଙ୍କ ସହ ଆଲୋଚନା ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ।”

ଏହା ସମ୍ଭବ ହେଲେ ଭାରତୀୟ କ୍ରିକେଟ୍ ଇତିହାସର ଆଉ ଏକ ରେକର୍ଡ ପୃଷ୍ଠାରେ ଇଡେନ ଗାର୍ଡେନର ନାଁ ଯୋଡ଼ିହେବ। ପୂର୍ବରୁ ମଧ୍ୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତ ଡେ’-ନାଇଟ ଟେଷ୍ଟ ଖେଳିବା ନେଇ ସୂଚନା ଦେଇଥିଲେ।

Comment