ଓଡ଼ିଶାଲାଇଭ ବ୍ୟୁରୋ

ଦିନ ଦିପହରରେ ଲୁଟି ନେଲେ ଟଙ୍କା। ଦୁଇଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ଜଣେ ଲୋକଠାରୁ ୧୮ ଲକ୍ଷ ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣି ରାଧାକିଶୋରପୁର ନିକଟରେ।

ଜଣେ ଘରୋଇ କର୍ମଚାରୀ ୧୮ ଲକ୍ଷ ଟଙ୍କା ନେଇ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ଵର ଯାଉଥିଲେ। ବାଟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି।

ପରେ ବ୍ୟକ୍ତି ଜଣକ ଖୁଣ୍ଟୁଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ଛାନଭିନ୍‌ ଆରମ୍ଭ କରିଛି।

Comment