ଓଡ଼ିଶାଲାଇଭ ବ୍ୟୁରୋ

କ୍ରୀଡ଼ାବିତ୍‌ଙ୍କ ପାଇଁ ଖୁସି ଖବର। କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରୀଡ଼ାକୁ ଅଧିକ ମଜବୁତ ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି।

କ୍ରୀଡ଼ା ହଷ୍ଟେଲରେ ରହୁଥିବା ଝିଅମାନଙ୍କ ପାଇଁ ମାସିକ ଭତ୍ତା ୨ଶହରୁ ୫ଶହକୁ ବୃଦ୍ଧି କରାଯାଇଥିବା ବେଳେ ହଷ୍ଟେଲରେ ରହୁଥିବା ପୁଅମାନଙ୍କ ପାଇଁ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏନଏସଏଫ ସ୍ଵୀକୃତିପ୍ରାପ୍ତ ପ୍ରତିଯୋଗିତା ପାଇଁ ବାହାରକୁ ଗଲେ ୩ଶହ ଟଙ୍କା ଭତ୍ତା ଦିଆଯିବ।

ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ଵର୍ଣ୍ଣ ଜିତିଲେ ବର୍ଷକ ପାଇଁ ମାସିକ ୧ ହଜାର ଟଙ୍କା ଦିଆଯିବ। ସେହିପରି ରୌପ୍ୟ ଜିତିଲେ ୫ଶହ ଓ ବ୍ରୋଞ୍ଚ ଜିତିଲେ ମିଳିବ ମାସିକ ୩ଶହ ଟଙ୍କା। ଜାତୀୟ ରେକର୍ଡ ବର୍ଷେ ଯାଏଁ ଭଙ୍ଗ ନହେଲେ ଗୋଟିଏ ବର୍ଷ ମାସିକ ୫ହଜାର ଟଙ୍କା ମିଳିବ। ଏହାସହ ଜାତୀୟ ଦଳରେ ଭାଗ ନେବାକୁ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ମାସିକ ୧ହଜାର ଟଙ୍କା ଦିଆଯିବ।

Comment