ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଗସ୍ତ ପୂର୍ବରୁ ବାଂଲାଦେଶକୁ ଲାଗିଛି ବଡ଼ ଝଟକା। ବାଂଲାଦେଶର ଏହି ଷ୍ଟାର ଅଲରାଉଣ୍ଡର ସାକିବ-ଅଲ-ହାସନଙ୍କ ଉପରେ ବ୍ୟାନ ଲଗାଇ ପାରେ ଆଇସିସି। ମ୍ୟାଚ ଫିକ୍ସିଂ ଅଭିଯୋଗରେ ତାଙ୍କ ଉପରେ ବାସନ୍ଦ ଲାଗି ପାରେ।

ଦୁଇ ବର୍ଷ ପୂର୍ବେ ଜଣେ ବୁକି ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବାକୁ ଅଫର୍ ଦେଇଥିଲେ। କିନ୍ତୁ ସେ ତାଙ୍କର ଏହି ଅଫରରେ ରାଜି ହୋଇନଥିଲେ। ତେବେ ଆଇସିସି ନିୟମ ଅନୁସାରେ ସାକିବଙ୍କୁ ଏହି କଥା ଆଇସିସିକୁ ଜଣାଇବା ଥିଲା। ହେଲେ ସେ ଜଣାଇ ନଥିଲେ।

ସେ ଆଇସିସିକୁ ଏହି କଥା ଜଣାଇନଥିବାରୁ ତାଙ୍କ ଉପରେ ୧୮ ମାସର ବ୍ୟାନ୍ ଲଗାଇପାରେ ଆଇସିସି। ଯଦି ତାଙ୍କ ଉପରେ ଏହି ବାସନ୍ଦ ଲାଗେ ତେବେ ସେ ୧୮ ମାସ ଧରି କ୍ରିକେଟରୁ ଦୂରେଇ ରହିବେ।

Comment