ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏଫସି ଅଣ୍ଡର-୧୫ ଫୁଟବଲ ଚାମ୍ପିଅନସିପରେ ଭାଗ ନେବାକୁ ଥିବା ସମ୍ଭାବ୍ୟ ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି।

୨୦୨୦ ମସିହାରେ ବାହାରିନରେ ହେବାକୁ ଥିବା ଅଣ୍ଡର ୧୫ ଏଏଫ୍‌ସି ଚାମ୍ପିଅନସିପରେ ଭାଗନେବାକୁ ଯାଉଛି ଭାରତୀୟ ଦଳ। ଏଥିପାଇଁ ଆସନ୍ତା ନଭେମ୍ବର ୧୫ ତାରିଖରୁ ଗୋଆରେ ପ୍ରସ୍ତୁତି ଶିବିର ଆୟୋଜନ ହେବ। ତେବେ ଚାମ୍ପିୟନସିପ ପାଇଁ ସମ୍ଭାବ୍ୟ ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି ସାମିଲ ହୋଇଥିବା ସୂଚନା ମିଳିଛି।

ଏମାନେ ହେଲେ ଭୁବନେଶ୍ୱରର ରଞ୍ଜନ ସୋରେନ୍ ଏବଂ ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲର ଅଉଲା ଶିବ ପ୍ରସାଦ। ଏମାନଙ୍କୁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ ଏହି ପ୍ରଶିକ୍ଷଣ ଶିବିର ଯୋଗ ଦେବାକୁ ମନୋନୀତ କରିଛି। ଏହି ଦୁଇଜଣ ଖେଳାଳି ଗୋଆରେ ହେବାକୁ ଥିବା କ୍ୟାମ୍ପରେ ଯୋଗଦେବେ। ଏନେଇ ସୋମବାର ଓଡ଼ିଶା ଫୁଟବଲ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି।

Comment