ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ମସିହା ପାଇଁ ଘୋଷଣା ହେଲା କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର। ଜଣାଶୁଣା ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ ଏକାଡେମୀ ରତ୍ନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋନାଲ ମାନସିଂହଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିବେ।

ସୋନାଲ ମାନସିଂହ ହେଉଛନ୍ତି ଭାରତର ପୂର୍ବତନ ବୈଦେଶିକ ସଚିବ ଓଡ଼ିଆ ପୁଅ ଲଳିତ ମାନସିଂହଙ୍କ ଧର୍ମପତ୍ନୀ।

ସେହିଭଳି ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନଙ୍କୁ ଏକାଡେମୀ ପୁରସ୍କାର ଦିଆଯିବ। ସେହିପରି ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିଶମିଲ୍ଲା ଖାଁ ପୁରସ୍କାର ପ୍ରଦାନ କରାଯିବ।

Comment