ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅର କମାଲ। ଟଙ୍ଗ୍‌ ୟୁଂ କାଇ କପ୍‌ ୨୦୧୯ ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ୍‌ ଷ୍ଟାର ଋତୁପର୍ଣ୍ଣା ପଣ୍ଡା। ଚୀନ୍‌ରେ ବ୍ୟାଡମିଣ୍ଟନ୍‌ ଏସିଆ ମିକ୍ସଡ୍‌ ଟିମ୍‌ ଚମ୍ପିଆନସିପ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବା ପାଇଁ ଋତୁପର୍ଣ୍ଣା ମନୋନିତ ହୋଇଛନ୍ତି। ଚୀନ୍‌ର ହଂକଂରେ ମଙ୍ଗଳବାରଠୁ ଆରମ୍ଭ ହୋଇଯାଇଛି ଏହି ଚମ୍ପିଆନସିପ୍‌।

ଏହି ସଫଳତା ପାଇଁ ବ୍ୟାଡମିଣ୍ଟନ୍‌ ଷ୍ଟାର ଋତୁପର୍ଣ୍ଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଋତୁପୂର୍ଣ୍ଣା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଯୁବା ଖେଳାଳିଙ୍କୁ ପୋତ୍ସାହନା ଦେବାପାଇଁ ଚଳିତ ବର୍ଷ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ୭ ଜଣ ଖେଳାଳିଙ୍କୁ ମହିଳା ସ୍କ୍ୱାର୍ଡ ପାଇଁ ମନୋନିତ କରିଥିଲା। ୨୪ ମାର୍ଚ୍ଚରେ ସରିବାକୁ ଥିବା ଚମ୍ପିଆନସିପ୍‌ରେ ଏଚ୍‌ଏସ୍‌ ପ୍ରଣୟ ୧୩ ସଦସ୍ୟଯୁକ୍ତ ଭାରତୀୟ ବ୍ୟାଡମିଣ୍ଟନ୍‌ ଟିମ୍‌ର ନେତୃତ୍ୱ କରିବେ।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୧୧ ଟିମ୍‌ ଭାଗ ନେଇଛନ୍ତି। ଏହି ୧୧ଟି ଟିମ୍‌କୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଚୀନ, ତାଇପେଇ ଓ ସିଙ୍ଗାପୁର ସହିତ ଭାରତ ଗ୍ରୁପ୍‌ ବି’ରେ ରହିଛି।

Comment