ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ପାଇଁ ସମ୍ମାନଜନକ ‘ଏକଲବ୍ୟ’ ପୁରସ୍କାର ପାଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ। ସେହିପରି ଭାରୋତ୍ତଳନକାରୀ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ସମ୍ମାନିତ କରାଯାଇଛି। କରୋନା ଯୋଗୁ ଇଣ୍ଡିଆନ୍ ମେଟାଲ୍ ପବ୍ଲିକ୍ ଚାରିଟେବର୍ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

୨୮ତମ ‘ଏକଲବ୍ୟ’ ପୁରସ୍କାର ପାଇଥିବା ନମିତାଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଉପବିଜେତା ହୋଇଥିବା ସ୍ନେହା ଓ ଋତୁପର୍ଣ୍ଣାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ଦିଆଯାଇଛି।ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ‘ଇମ୍ପାକ୍ଟ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଗତ ନଭେମ୍ବର ୮ ତାରିଖରେ ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ସର୍ବସମ୍ମତି କ୍ରମେ ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here