ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ସ୍ମାର୍ଟ ୱାର୍କ, ହାର୍ଡ ୱାର୍କ ଏବଂ ଡେଡିକେସନ’’ – ଏହା ଥିଲା ଉପାସନା ମହାପାତ୍ରଙ୍କ ସଫଳତାର ମୂଳମନ୍ତ୍ର।

ଉପାସନା ହେଉଛନ୍ତି ଓଡ଼ିଆ ଝିଅ, ଯିଏକି ସିଭିଲ ସର୍ଭିସ-୨୦୧୮ ପରୀକ୍ଷାରେ ୧୧୯ତମ ସ୍ଥାନରେ ଅଛନ୍ତି।

ସର୍ବଭାରତୀୟ ସ୍ତରରେ ୧୧୯ତମ ରାଙ୍କରେ ରହିବା ପରେ ଓଡ଼ିଶାଲାଇଭକୁ ଉପାସନା ତାଙ୍କ ସଫଳତାର କାହାଣୀ କହିଥିଲେ।

ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ

ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଧୈର୍ଯ୍ୟ ନ ହରାଇବା ପାଇଁ ପରାମର୍ଶ ଦେଇଛନ୍ତି ଉପାସନା। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର ପ୍ରକ୍ରିୟା ବହୁତ ଲମ୍ବା ହୋଇଥିପାରୁ ଧୈର୍ଯ୍ୟର ପ୍ରବଳ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମୟର ସଦୁପୋଯୋଗ

ସିଭିଲି ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସମୟର ସଦୁପୋଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ପାଠ ପଢ଼ିବାକୁ ମରାମର୍ଶ ଦେଇଛନ୍ତି ଉପାସନା।

ଉପାସନା କହିଛନ୍ତି, ‘‘ମୁଁ ପ୍ରତିଦିନ ଦଶରୁ ବାର ଘଣ୍ଟା ପରିଶ୍ରମ କରୁଥିଲି। ସମୟର ସୁଦୁପୋଯୋଗ କରୁଥିଲି।’’

ମନରେ ଆତ୍ମବିଶ୍ୱାସ ଦରକାର

ଉପାସନା କହିଛନ୍ତି ଯେ ସିଭିଲି ସର୍ଭିସ ପାଇଁ ମନରେ ପଆତ୍ମବିଶ୍ୱାସ ରହିବା ଦରକାର। ଆତ୍ମବିଶ୍ୱାସ ରହିଲେ ହିଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ଛାତ୍ରଛାତ୍ରୀ। ଦୃଢ ମନୋବଳ ଏବଂ ନିଜ ଉପରେ ବିଶ୍ୱାସ ହିଁ ମତେ ଆଜି ସଫଳତା ଦେଇଛି।

ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ

କୋଚିଂ ଉପରେ ଅତ୍ୟଧିକ ଭରସା ନ କରି ସେଲ୍ଫ ଷ୍ଟଡି ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ଉପାସନା। ସିଭିଲି ସର୍ଭିସ ପରୀକ୍ଷା ପାଇଁ ଖବର କାଗଜ ଅଧ୍ୟୟନ ସହ କରେଣ୍ଟ ଆଫୟାର ପ୍ରତି ଧ୍ୟାନ ଦେବାର ଅଛି ବୋଲି ସେ କହିଛନ୍ତି। କାହାରି ଷ୍ଟ୍ରାଟେଜିକୁ ଅନୁସରଣ ନକରି ନିଜର ବ୍ୟକ୍ତିଗତ  ଷ୍ଟ୍ରାଟେଜି କରିବାକୁ ପରାମର୍ଶ ଦେଇଛନ୍ତି ଉପାସନା।

ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ

ସିଭିଲି ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ କହିଛନ୍ତି ଉପାସନା। ସୋସିଆଲ ମିଡିଆ ବଦଳରେ ଗୁଗୁଲ ଓ ୟୁ ଟ୍ୟୁବରେ ଅଧିକ ସମୟ ବିତାଇବାକୁ ପରାମର୍ଶ ଦେଇଛନ୍ତି ଉପାସନା।

Comment