ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୨୦୨୪ରେ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ବିଭିନ୍ନ ବିଭାଗରେ ମୋଟ ୩୯୯ଟି ଗ୍ରୁପ୍-ଏ ଓ ଗ୍ରୁପ୍-ବି ପଦବୀ ପୂରଣ ପାଇଁ ଏହି ପରୀକ୍ଷା ହେବ। ଏଥିପାଇଁ ଜାନୁଆରି ୧୭ ତାରିଖରୁ ଫେବୃଆରି ୧୬ ତାରିଖ ଯାଏଁ ଅନଲାଇନ ଆବେଦନ ଚାଲିବ।

ବିଜ୍ଞପ୍ତି ଅନୁସାରେ ଗ୍ରୁପ୍-ଏ ପଦବୀ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସେବାରେ (ଓଏଏସ୍) ୩୦ଟି, ଓଡ଼ିଶା ଅର୍ଥ ସେବାରେ (ଓଏଫଏସ୍) ୫୬ଟି, ଓଡ଼ିଶା ପୋଲିସ ସେବାରେ (ଓପିଏସ୍) ୬ଟି ପଦବୀ ପାଇଁ ଓପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା କରାଯିବ।

ସେହିପରି ଗ୍ରୁପ୍-ବିରେ ଏଥର ଓଡ଼ିଶା ସମବାୟ ସେବାରେ (ଓସିଏସ୍) ୧୨ଟି, ଓଡ଼ିଶା ରାଜସ୍ଵ ସେବାରେ (ଓଆରଏସ୍) ୯୦ଟି, ଓଡ଼ିଶା ଶ୍ରମ ସେବାରେ (ଓଏଲଏସ୍) ୧୧୩ଟି, ଓଡ଼ିଶା ଟିକସ ଓ ଆକାଉଣ୍ଟସ୍ ସେବାରେ (ଓଟିଏଏସ୍) ୬୮ଟି, ଓଡ଼ିଶା ପର୍ଯ୍ୟଟନ ସେବାରେ (ଓଟିଏସ୍) ୧୯ଟି, ଓଡ଼ିଶା ସମବାୟ ଅଡିଟ୍ ସେବାରେ (ଓସିଏଏସ୍) ୪ଟି ଏବଂ ଓଡ଼ିଶା ନିଯୁକ୍ତି ସେବାରେ (ଓଇଏସ୍) ଗୋଟିଏ ପଦବୀରେ ପୂରଣ ହେବ।

ଅନ୍ୟପଟେ ମୋଟ ୩୯୯ଟି ପଦବୀରୁ ମହିଳାଙ୍କ ପାଇଁ ୧୩୧ଟି ପଦବୀ ସଂରକ୍ଷିତ ରହିବ। ସେହିପରି ଅନୁସୂଚିତ ଜାତି (ଏସସି) ପାଇଁ ୬୦ଟି, ଅନୁସୂଚିତ ଜନଜାତି (ଏସଟି) ପାଇଁ ୭୨ଟି ଏବଂ ଏସଇବିସି ବର୍ଗ ପାଇଁ ୩୮ଟି ପଦବୀ ସଂରକ୍ଷିତ ରଖାଯାଇଛି।

ଏହି ସବୁ ନିଯୁକ୍ତି ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩ରି ପର୍ଯ୍ୟାୟ ରହିବ। ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା ହେବେ। ଏଥିରେ ପାସ କରିଥିବା ପ୍ରାର୍ଥୀଙ୍କୁ ନେଇ ମୁଖ୍ୟ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ (ଭାଇଭା) କରାଯିବ। ଏହିସବୁ ପରୀକ୍ଷାର ସମ୍ପୂର୍ଣ ବିବରଣୀ ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OdishaCivilServiceExam #OCS #Employment #CivilService #OPSC #Odisha  

Comment