ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନିଯୁକ୍ତ ହୋଇଛନ୍ତି ୮ ଜଣ ନୂଆ ଆଇଏଏସ୍ ଅଧିକାରୀ। ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୦୨୨ ବ୍ୟାଚର ୮ ଜଣ ଆଇଏଏସଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି। ଏନେଇ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା କ୍ୟାଡର ପାଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ୩ ଜଣ ଓଡ଼ିଶାର ହୋଇଥିବାବେଳେ ଅନ୍ୟ ୫ ଜଣ ବାହାର ରାଜ୍ୟର ରହିଛନ୍ତି। ଓଡ଼ିଶା କ୍ୟାଡର ପାଇଥିବା ଆଇଏଏସଙ୍କ ମଧ୍ୟରେ ଓଡ଼ିଶାର ପ୍ରଣିତା ଦାଶ, କସ୍ତୁରୀ ପଣ୍ଡା ଓ ତେଜସ୍ୱିନୀ ବେହେରା ରହିଛନ୍ତି।

ସେହିପରି ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରଓ୍ୱାଲ, ନାଗାଲାଣ୍ଡର ୟିମ୍କୁମ୍ ଆଇ ଓଜୁକମ୍, ମହାରାଷ୍ଟ୍ରର ଦୁଧାଲ ଅଖିଶେକ ଦିଲ୍ଲୀପ, କେରଳର ଆଶନୀ ଏଏଲ ଓ ତାମିଲନାଡୁର ସି. ସର୍ବାନନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ସିଭଲ ସର୍ଭିସ ପରୀକ୍ଷାରେ ୧୦୨୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୭୯ ଜଣଙ୍କୁ ଭାରତୀୟ ପ୍ରଶାସନିକ ସେବାରେ (ଆଇଏଏସ୍) ନିଯୁକ୍ତି ମିଳିଛି।   

Tags: #IASOfficers #OdishaCader #UPSC #CivilService #India

Comment