ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ କିଏ ସରକାର ଗଢ଼ିବ ଏବଂ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଶିବସେନା ଫିପ୍ଟି-ଫିପ୍ଟି ପଲିସି ଜିଦି ଧରିଥିବାରୁ ବିଜେପି ଅଡୁଆରେ ପଡ଼ିଛି। ଏପରିସ୍ଥଳେ ବିଜେପିର ଶୀର୍ଷ ନେତୃବୃନ୍ଦ ଶିବସେନାକୁ ମନାଇବାକୁ ଗୋଟି ଚାଳନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ବଦଳରେ କ୍ୟାବିନେଟରେ ଶିବସେନାକୁ ୧୪ ମନ୍ତ୍ରୀ ପଦ ଦେବାକୁ ବିଜେପି କହୁଛି। ହେଲେ ଶିବସେନା ୧୮ଟି ଦାବି କରୁଥିବା ଜଣାପଡ଼ିଛି।

୧୮ଟି ମନ୍ତ୍ରୀ ପଦ ସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ଶିବସେନା ଦାବି କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏପଟେ ଦେବେନ୍ଦ୍ର ଫଡ୍‌ନାବିସ୍‌ ସ୍ପଷ୍ଟ କରିଛନ୍ତି ଯେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସେ ନିଜ ପାଖରେ ରଖିବେ। ବିଜେପି ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବି ରାଜି ଅଛି।

୨୦୧୪ରେ ଶିବସେନାର ୧୩ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିଥିଲା। ବିଜେପିରୁ ୨୬ ଜଣ ମନ୍ତ୍ରୀ ହୋଇଥିବା ବେଳେ ଅନ୍ୟ ସହଯୋଗୀ ଦଳରୁ ୪ ଜଣ ମନ୍ତ୍ରୀ ହୋଇଥିଲେ। ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୪୦ ଜଣ ମନ୍ତ୍ରୀ ରହିପାରିବେ।

Comment