ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଟେକ୍ନୋଲୋଜି କ୍ଷେତ୍ରରେ ପାଦେ ଆଗରେ ଚୀନ୍‌। ଉଡ଼ାଇଲା ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ।

ସାରା ବିଶ୍ୱରେ ଯେତେବେଳେ ଇଲେକ୍ଟ୍ରିକ୍‌ କାର୍‌କୁ ପ୍ରୋତ୍ସାହନ ଦେଉଛି, ସେସମୟରେ ଚୀନ୍‌ ଆଉ ପାଦେ ଆଗକୁ ଯାଇ ନିର୍ମାଣ କରିଛି ଇଲେକ୍ଟ୍ରିକ୍‌ ପ୍ଲେନ୍‌। ୪ ସିଟ୍‌ଯୁକ୍ତ ଏହି ଇଲେକ୍ଟ୍ରିକ୍‌ ପ୍ଲେନ୍‌ର ନାଁ ହେଉଛି RX4E। ମଙ୍ଗଳବାର ପ୍ରଥମଥର ପାଇଁ ଚୀନ୍‌ ଆକାଶରେ ଉଡ଼ାଯାଇ ଏହାର ସଫଳ ପରିକ୍ଷଣ କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମଙ୍ଗଳବାର ଚୀନ୍‌ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ପ୍ଲେନ୍‌ ସଫଳତାର ସହ ଉଡ଼ାଣ ଭରିଛି। ୧୨୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଇଲେକ୍ଟ୍ରିକ୍‌ ପ୍ଲେନ୍‌ର ଲମ୍ବା ୮.୪ ମିଟର ଥିବା ବେଳେ ଏହାର ୱିଙ୍ଗ୍‌ସ ୧୩.୫ ମିଟର ବିଶିଷ୍ଟ।

ଏହି ଇଲେକ୍ଟ୍ରିକ୍‌ ବିମାନକୁ ଥରେ ଚାର୍ଜ କଲେ ଏହା ୯୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ିପାରିବ। ୯୦ ମିନିଟ୍‌ ମଧ୍ୟରେ ପାଖାପାଖି ୩୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିବାର କ୍ଷମତା ରଖିଛି ଏହି ପ୍ଲେନ୍‌। ଏଥିରେ ୭୦ କିଲୋୱାଟ୍ ଆୱାରର ବ୍ୟାଟେରୀ ରହିଛି। ବର୍ତ୍ତମାନ ଏହାର ବ୍ୟାଟେରୀ କ୍ଷମତାକୁ ବଢ଼ାଯିବା ଉପରେ କାମ ଚାଲିଛି।

ବିମାନର ଓଜନ କମ୍‌ କରିବା ପାଇଁ ନିର୍ମାଣରେ କାର୍ବନ ଫାଇବର ବ୍ୟବହାର କରାଯାଇଛି। ଏଥିପାଇଁ ପାରମ୍ପରିକ ବିମାନ ଅପେକ୍ଷା ଏହାର ଓଜନ ବହୁତ କମ୍‌। ମଙ୍ଗଳବାର ଚୀନ୍‌ର ଉତ୍ତରରେ ଥିବା ସେନ୍‌ୟଙ୍ଗ୍‌ ସହରରେ RX4E ଇଲେକ୍ଟ୍ରିକ୍‌ ବିମାନ ସଫଳ ଉଡ଼ାଣ ଭରିଛି। ଲିଓନିଂ ଜେନେରାଲ ଏଭିଏସନ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି।

Comment