ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଶାହାରୁଖ୍‌ ଖାନ୍‌ ଆଉ ଗୌରୀ ଖାନ୍‌ଙ୍କୁ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ି ବୋଲି କୁହାଯାଏ। ଏପରି ଯୋଡ଼ି ସିନେଜଗତରେ ଖୁବ୍ କମ୍ ହିଁ ଦେଖିବାକୁ ମିଳେ। ଦୁହେଁ ଦୁଇଟି ଅଲଗା ସମ୍ପ୍ରଦାୟର ହୋଇ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ସଂପର୍କ ଆଜି ବି ନିବିଡ଼। ଅନ୍ୟ ବଲିଉଡ୍ ଷ୍ଟାର୍‌ଙ୍କ ଭଳି ଶାହାରୁଖ ଅନେକ ବିବାହ କରି ନାହାନ୍ତି। କି ତାଙ୍କର ଅନ୍ୟକୌଣସି ଅଭିନେତ୍ରୀଙ୍କ ସହିତ ନାଁ କେବେ ଯୋଡ଼ି ହୋଇନାହିଁ। ବିବାହର ୨୮ ବର୍ଷ ପରେ ବି ଦୁହିଁଙ୍କ ପ୍ରେମ ବିବାହ ପୂର୍ବଭଳି ସଫଳ ହୋଇରହିଛି।

ଦୁହିଁଙ୍କ ପ୍ରେମକାହାଣୀ ଆଉ ବିବାହ କୌଣସି ଫିଲ୍ମ କାହାଣୀରୁ କମ୍ ନ ଥିଲା। ୧୯୮୪ ମସିହାରେ ଗୋଟିଏ କମନ୍‌ ସାଙ୍ଗଙ୍କ ଜରିଆରେ ଦୁହିଁଙ୍କ ଭେଟ ହୋଇଥିଲା। ସେହି ସମୟରେ ଶାହାରୁଖ୍ ୧୮ ବର୍ଷର ଥିଲେ। ସାଙ୍ଗଙ୍କ ପାର୍ଟିରେ ଗୌରୀଙ୍କୁ ପ୍ରଥମ ଥର ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଶାହାରୁଖ୍। ଗୌରୀଙ୍କୁ ବି ଶାହାରୁଖ୍‌ଙ୍କ ଷ୍ଟାଇଲ୍ ଖୁବ୍ ପସନ୍ଦ ଆସିଥିଲା।

ସେ ଗୌରୀଙ୍କୁ ଡାନ୍ସ୍ ପାଇଁ ଅଫର୍‌ କରିଥିଲେ। କିନ୍ତୁ ଗୌରୀଙ୍କ ଭାଇ ପାଖରେ ଥିବାରୁ ସେ ମନା କରିଦେଇଥିଲେ। ପରେ ଏହି କଥା ଶାହାରୁଖ୍‌ ଜାଣିବାକୁ ପାଇଥିଲେ। ଏହାପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସଂପର୍କ ମଜବୁତ୍ ହେଲା। ଗୌରୀଙ୍କୁ ନେଇ ବହୁତ ପୋଜେସିଭ୍ ଥିଲେ ଶାହାରୁଖ୍। ନିଜ ମା’ଙ୍କ ଏହି କଥା ଜଣାଇଥିଲେ।

ପ୍ରେମ ଯାଏଁ ଠିକ୍ ଥିଲା କିନ୍ତୁ ଦୁହିଁଙ୍କ ବିବାହ ମଧ୍ୟରେ ବାଧକ ସାଜିଥିଲା ଧର୍ମ। ଶାହାରୁଖ୍‌ ମୁସଲ୍‌ମାନ ଆଉ ଗୌରୀ ହିନ୍ଦୁ ପରିବାରରୁ ଥିଲେ। ଗୌରୀଙ୍କ ପିତା ଦୁହିଁଙ୍କ ବିବାହ କରାଇବାକୁ କେବେ ରାଜି ହୋଇ ନଥାନ୍ତେ। ଶାହାରୁଖ୍‌ ବି ସେହି ସମୟରେ ଏତେ ବଡ଼ ବଲିଉଡ୍‌ ଷ୍ଟାର୍‌ ନଥିଲେ।

ତେଣୁ ଗୌରୀଙ୍କ ପରିବାର ଲୋକଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଶାହାରୁଖ୍ ୫ ବର୍ଷ ଯାଏଁ ହିନ୍ଦୁ ହେବା ନାଟକ କରିଥିଲେ। ଏମିତିକି ସେ ନିଜ ନାମ ବି ବଦଳାଇ ଦେଇଥିଲେ। ଶେଷରେ ସେ ଗୌରୀଙ୍କ ପିତା-ମାତାଙ୍କ ମନ ଜିତି ନେଲେ ଆଉ ୧୯୯୧, ଅକ୍ଟୋବର ୨୫ରେ ଦୁହିଁଙ୍କ ବିବାହ ହେଲା।

Comment