ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୧୩ରେ ଭାରତରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରିୟଲମି ଏକ୍ସଟି’। ଏହି ସ୍ମାର୍ଟଫୋନର ଖାସ କଥା ହେଉଛି, ଏଥିରେ ୬୪ ମେଗାପିକ୍ସେଲର କ୍ୟାମେରା ରହିଛି। ରିୟଲମି କମ୍ପାନି ପକ୍ଷରୁ ଏହା ହେଉଛି ଭାରତର ପ୍ରଥମ ୬୪ ମେଗାପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ।

‘ରିୟଲମି ଏକ୍ସଟି’ ସ୍ମାର୍ଟଫୋନର ବିକ୍ରିକୁ ନେଇ ଶନିବାର କମ୍ପାନି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ଜରିଆରେ ବିକ୍ରି ହେବ ଏହି ‘ରିୟଲମି ଏକ୍ସଟି’ ସ୍ମାର୍ଟଫୋନ। ଏନେଇ ଫ୍ଲିପକାର୍ଟରେ ଅପକମିଙ୍ଗ୍‌ ‘ରିୟଲମି ଏକ୍ସଟି’ର ଟିଜର ରିଲିଜ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୩ରେ ଏହି ସ୍ମାର୍ଟଫୋନ ଭାରତରେ ଲଞ୍ଚ ହେବ।

ତିନୋଟି ମୋମୋରୀ ଭାରିଏଣ୍ଟରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ। ୪ଜିବି/୬୪ଜିବି, ୬ଜିବି/୬୪ଜିବି ଏବଂ ୮ଜିବି/୧୨୮ଜିବି। ‘ରିୟଲମି ଏକ୍ସଟି’ ସରିଜି ହେଉଛି କମ୍ପାନିର ଏକ ନୂଆ ସିରିଜ। ଏହା ହେଉଛି ‘ରିୟଲମି ଏକ୍ସ’ର ଅପଗ୍ରେଡେଡ୍‌ ଭର୍ସନ। ତେବେ ଏହାର ମୁଲ୍ୟ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ସ୍ଫେସିଫିକେସନ

ଫ୍ଲିପ୍‌କାର୍ଟରେ ଅପକମିଙ୍ଗ୍‌ ସ୍ମାର୍ଟଫୋନ ‘ରିୟଲମି ଏକ୍ସଟି’ର କିଛି ଖାସ ଫିଚର ମଧ୍ୟ ଦିଆଯାଇଛି। ତେବେ ଆସନ୍ତୁ ଜାଣଇବା ଏହାର ସ୍ଫେସିଫିକେସନ ବିଷୟରେ..

  • ୪ଟି ରିୟର କ୍ୟାମେରା(ପ୍ରାଇମେରୀ ୬୪ ମେଗାପିକ୍ସେଲ)
  • ୬.୪ ଇଞ୍ଚ ଫୁଲ ଏଚ୍‌ଡି ଡିସପ୍ଲେ(୧୦୮୦X୨୩୪୦ ପିକ୍ସେଲ)
  • ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ, ଗରିଲା ଗ୍ଲାସ୍‌ ୫ ପ୍ରୋଟେକ୍ସନ
  • ଫ୍ରଣ୍ଟ ବ୍ୟାକ୍‌ରେ ମେଟାଲ ଫ୍ରେମ୍‌
  • ଭିଓଓସି ୩.୦ ଫାଷ୍ଟ ଚାର୍ଜିଂ
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

Comment