ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥ ଅଭାବରୁ ଶବ ପାଇଁ ଗାଡ଼ି ଯୋଗାଡ଼ କରିପାରିଲେନି ପରିବାର ଲୋକ। ଫଳରେ ୪୦ କିଲୋମିଟର ଭାରାରେ ବୁହା ହେଲା ଶବ।

ଅର୍ଥ ଅଭାବରୁ ଶବକୁ ମିଳିଲାନି ଗାଡ଼ି। ଶେଷରେ ଭାରାରେ ବୁହା ହେଲା ଶବ। ସେ ପୁଣି ୨ କି ୩ କିଲୋମିଟର ନୁହେଁ, ୪୦ କିଲୋମିଟର ଶବକୁ ଭାରାରେ ବୋହିଲେ ପରିବାର ଲୋକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ।

କିଛି ଦିନ ହେବ ଟେମୁରୁପାଲି ଗାଁର ଜଣେ ମହିଳାଙ୍କ ଦେହ ହାତ ଫୁଲିବାରୁ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍‌ ହୋଇନଥିଲେ। ପରେ ପରିବାର ଲୋକ ତାଙ୍କୁ ଘରକୁ ନେଇ ଆସିଥିଲେ।

ପରେ ତାଙ୍କ ଦେହ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଗୁରୁଗୁଡ଼ାରେ ଥିବା ଜଣେ ଗୁଣିଆଙ୍କ ପାଖକୁ ଝଡ଼ା ଫୁଙ୍କା କରିବାକୁ ନେଇଯାଇଥିଲେ। ହେଲେ ବୁଧବାର ରାତି ୮ଟାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ଘରକୁ ନେବାକୁ ପାକରେ ଟଙ୍କା ନଥିବାରୁ ପରିବାର ଲୋକ ତାଙ୍କୁ ଭାରାରେ ୪୦ କିଲୋ ମିଟର ବୋହି ଘରକୁ ଆଣିଥିଲେ।

Comment