ଓଡ଼ିଶାଲାଇଭ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରୁ ବିଜେପି ପକ୍ଷରୁ ସାରା ଦେଶରେ ପାଳନ କରାଯାଉଛି ଗାନ୍ଧୀ ସଂକଳ୍ପ ପଦଯାତ୍ରା। ଏହି ଅବସରରେ ଗୁରୁବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଥିଲେ।

ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଶତାଧିକ ଲୋକ ଓ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ଏହି ପଦଯାତ୍ରା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା।

ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଗାନ୍ଧୀଙ୍କ ଗୁଣଗାନ କରିବା ସହ ପ୍ରଦୂଷଣ ମୁକ୍ତ ଭାରତ ଗଢି ତୋଳିବା ପାଇଁ ନିଜେ ସଂକଳ୍ପ ନେବା ସହିତ ଉପସ୍ଥିତ ଲୋକମାନଙ୍କୁ ସଂକଳ୍ପ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Comment