ଓଡ଼ିଶାଲାଇଭ୍ ବ୍ୟରୋ

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଲାଗିରହିଛି। ଏହାରି ମଧ୍ୟରେ ଦୁଇ ଦଳ ମଧ୍ୟରେ କାର୍ଟୁନ କଟାକ୍ଷ ଦେଖିବାକୁ ମିଳିଛି।

ଶୁକ୍ରବାର ଦିଲ୍ଲୀ ବିଜେପି ମୁଖପାତ୍ର ତିଜେନ୍ଦର ପାଲ ସିଂହ ତାଙ୍କ ଟୁଇଟରରେ ଗୋଟିଏ କାର୍ଟୁନ ଫଟୋ ଛାଡ଼ିଛନ୍ତି। ଏହି କାର୍ଟୁନ ଚିତ୍ରରେ ଦେବେନ୍ଦ୍ର ଫଡନାବିସ୍ ଗୋଟିଏ ରିଙ୍ଗ୍ ଧରି ଗୋଟିଏ ବାଘକୁ ଦେଖାଉଛନ୍ତି। ଏଥିସହ ସେହି କାର୍ଟୁନ ଚିତ୍ରରେ ଲେଖାଅଛି ଯେ, ଶେଷରେ ତମେ ଆସିବ କିନ୍ତୁ ଟିକେ ସମୟ ଲାଗିବ।


ଏହି କାର୍ଟୁନ ଚିତ୍ର ଜରିଆରେ ଦର୍ଶାଯାଇଛି ଯେ,  ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବିସଙ୍କ ପାଖରେ କ୍ଷମତାର ରିଙ୍ଗ୍ ଅଛି ଏବଂ ଶିବସେନା ତାଙ୍କ ସହ ଡେରିରେ ହେଉନା କାହିଁକି ନିଶ୍ଚିତ ଯୋଗଦେବ।

ପୂର୍ବରୁ ମଧ୍ୟ ଶିବସେନା ନେତା ସଞ୍ଜୟ ରାୱତ ଗୋଟିଏ କାର୍ଟୁନ ଚିତ୍ର ତାଙ୍କ ଟୁଇଟରରେ ଛାଡ଼ିଥିଲେ, ଯେଉଁଥିରେ ଗୋଟିଏ ବାଘ ହାତରେ ପଦ୍ମଫୁଲ ଥିଲା ଓ ବାଘଟି ବେକରେ ଗୋଟିଏ ଘଣ୍ଟା ପିନ୍ଧିଥିଲା।

ଏହି କାର୍ଟୁନ ଚିତ୍ରରେ ମହାରାଷ୍ଟ୍ର ବିଜେପି ଦଳ ଶିବସେନା ଅଧିନରେ ଅଛି ବୋଲି ଦର୍ଶାଯାଇଥିଲା। ଏହି ଚିତ୍ରକୁ ନେଇ ସେ ସମୟରେ ମହାରାଷ୍ଟ୍ର ରାଜନୀତି ବେଶ୍ ସରଗରମ ହୋଇଥିଲା।

ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଛି। କେଉଁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଧମିବାର ନାଁ ଧରୁନାହିଁ।

Comment