ଓଡ଼ିଶାଲାଇଭ୍ ବ୍ୟରୋ

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ଶୁକ୍ରବାର ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଏଣିକି ବାଲିଯାତ୍ରା ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ। ରାଜ୍ୟ ସଂସ୍କୃତି ଓ ଉନ୍ନୟନ ବିଭାଗ ପକ୍ଷରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ଏନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା। ଏଥିରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟ ବିଭାଗୀୟ ଅଧିକାରମାନେ ଉପସ୍ଥିତ ଥିଲେ।

ଆସନ୍ତା ନଭେମ୍ବର ୧୨ ତାରିଖରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।

Comment