ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ବି.କେ ଶର୍ମା। ମାଓ ପ୍ରଭାବିତ ଅଞ୍ଚଳ କୋରାପୁଟ  ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେନେଇ ବିକେ ଶର୍ମା ସ୍ଥିତି ସମୀକ୍ଷା କରିବେ।

ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇଥିବା ବି.କେ ଶର୍ମା ପ୍ରଥମେ ସୁନାବେଡ଼ାରେ ପହଂଚିବା ପରେ ମାଲକାନଗିରି ଗସ୍ତ କରିଛନ୍ତି। ଏହାପରେ କୋରାପୁଟ ଜିଲ୍ଲା ଦକ୍ଷିଣ -ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିବ। ବୈଠକରେ ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

 

Comment