ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିଛନ୍ତି ରାଜ୍ୟ ସରକାର। ହେଲେ ଏହା ପରେ ସ୍କୁଲରେ ପିଲାଙ୍କୁ ମାଡ଼ ହୋଇଛି। ସେ ପୁଣି ଶିକ୍ଷକ କି ଶିକ୍ଷୟତ୍ରୀ ମାରି ନାହାନ୍ତି, ମାରିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ଵାମୀ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।

ଶୁକ୍ରବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଜାଲପାଲି ସ୍କୁଲରେ ଷାଣ୍ମାସିକ ପରୀକ୍ଷା ଚାଲିଥିଲା। ଏଥିରେ ପ୍ରଥମ ଶ୍ରେଣୀର ପିଲାମାନେ ଚିତ୍ରାଙ୍କନ କରୁଥିଲେ। କିଛି ପିଲାଙ୍କୁ ଚିତ୍ର ଆସୁ ନଥିବାରୁ ସେଠାରେ ଥିବା ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ଵାମୀ ସୌଦାଗର ମେହେର ରାଗି ଯାଇ ପିଲାଙ୍କୁ ମାଡ଼ ମାରିଥିଲେ।

ଏନେଇ ପିଲାମାନଙ୍କ ଅଭିବାବକ ଜାଣିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ମାଡ଼ ମାରିଥିବା ସୌଦାଗର ମେହେର ଫେରାର୍‌ ଥିବା ଜଣାପଡ଼ିଛି।

Comment