ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଏଥର ଶିବସେନା ହିଁ ସରକାର ଗଢ଼ିବ। ରବିବାର ଏନେଇ ଦଳର ନେତା ସଞ୍ଜୟ ରାୱତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସଞ୍ଜୟ ରାୱତ କହିଛନ୍ତି ଯେ, ଆମ ପାଖରେ ଏବେ ସରକାର ଗଠନ ପାଇଁ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ସରକାର ଗଠନ ପାଇଁ ଆମକୁ କୌଣସି ଅସୁବିଧା ନାହିଁ। ଏଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନା ଦଳରୁ ହିଁ ହେବେ ବୋଲି ସେ କହିଛନ୍ତି।

ଶିବସେନା ପାଖରେ ଏବେ ୫୬ଜଣ ବିଧାୟକ ଅଛନ୍ତି। ଏହାସହ କଂଗ୍ରେସର ୪୪, ଏନସିପିର ୫୪ ବିଧାୟକଙ୍କ ସହ ଅନ୍ୟ ସ୍ୱାଧୀନ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଠନ ଲକ୍ଷ୍ୟ ରଖିଛି ଶିବସେନା।

ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ମୋଟ୍ ୧୬୨ଟି ସିଟ୍ ଜିତି ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଦେଖାଦେଇଛି। ତେଣୁ ବିରୋଧୀ କଂଗ୍ରେସ-ଏନସିପି ମେଣ୍ଟ ସହ ମିଶି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି।

Comment