ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ନୋଡାଲ ସଚିବ ସୌରଭ ଗର୍ଗ। ଏହି ଗସ୍ତ ମାଧ୍ୟମରେ ସେ ୨ ଦିନ କୋରାପୁଟରେ ରହିବେ। ଏହାସହ ସେ ଆଜି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ରୋଗିମାନଙ୍କୁ ସ୍ଵାସ୍ଥ୍ୟ ସେବା ଉପରେ ପଚାରି ବୁଝିବା ସହ ଭିତ୍ତି ଭୂମିର ସମୀକ୍ଷା କରିଥିଲେ।

ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କିୟଙ୍କୁ ନିରାମୟ ଯୋଜନାରେ ସଠିକ ସୁବିଧା ମିଳୁଛି କି ନାହିଁ ପଚାରିଥିଲେ। ଏହାସହ ଚିକିତ୍ସା ସୁବିଧା ବିଷୟରେ ମଧ୍ୟ ବୁଝିଥିଲେ। ସେଠାରେ ନିୟୋଜିତ ଥିବା ୨୧ଜଣ ସୁଇପର ଓ ୧୯ ଜଣ ସିକ୍ୟୁରିଟି ସଚିବଙ୍କୁ ଭେଟି ନିଜ ସମସ୍ୟା ବି,ୟରେ ଜଣାଇଥିଲେ।

ଏହାପରେ ସଚିବ ସୌରାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ପରେ ଆମ୍ଵଗୁଡ଼ାସ୍ଥତ ଶୀତଳ ଭଣ୍ଡାର, ଜୟନ୍ତିଗିରିଠାରେ ଥିବା ଆଦର୍ଶ ବିଦ୍ୟାଳୟ ଓ କେନ୍ଦୁଗଡ଼ାସ୍ଥିତ ମିଶନ ଶକ୍ତି ୟୁନିଟ ଯାଇ ସମୀକ୍ଷା କରିଥିଲେ।

ଏହି କାଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପ ଜିଲ୍ଲାପାଳ ଲୋକନାଥ ଦଳ ବେହେରା, ଜିଲ୍ଲା ଚିକିତ୍ସାଧିକାରିମାନେ ଉପସ୍ଥିତ ଥିଲେ।

Comment