ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଳରେ ଉତ୍ତମ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ତଥା ରେୌପ୍ୟ ପଦକ ମିଳୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ୭ଟି ସନ୍ତାନ ଜନ୍ମ କଲେ ମା’ମାନଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ପଦକରେ ସମ୍ମାନିତ କରାଯାଉଥିବା କଥା ହୁଏତ ଆପଣ ଶୁଣିନଥିବେ।
ଏପରି ଏକ ଅଜବ ନିୟମ ଲାଗୁ କରାଯାଇଛି କାଜ୍କିସ୍ଥାନରେ। ଏଠାରେ ୭ଟି ସନ୍ତାନଙ୍କୁ ଜନ୍ମ ଦେଲେ ବିଭିନ୍ନ ପଦକ ସହିତ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଆର୍ଥିକ ରାଶି ବି ସହାୟତା ସ୍ୱରୂପ ମିଳେ।
୭ ବା ତା’ଠାରୁ ଅଧିକ ସନ୍ତାନର ଜନ୍ମଦାତ୍ରୀଙ୍କୁ “ହିରୋ ମଦର୍ସ” ମେଡାଲ୍ ପିନ୍ଧାଇ ପ୍ରୋତ୍ସାହନ କରାଯାଏ। ଏହାସହିତ ଆର୍ଥିକ ସହାୟତା ଭାବେ ସରକାରଙ୍କ ତରଫରୁ ସାରା ଜୀବନ ପାଇଁ ମାସିକ ଭତ୍ତା ଦିଆଯାଏ। ସେହିପରି ୬ଟି ସନ୍ତାନର ମା’ଙ୍କୁ ରୌପ୍ୟ ପଦକ ଏବଂ ଆର୍ଥିକ ସହାୟତା ଦିଆଯାଏ। ୧୦ଟି ସନ୍ତାନର ଜନ୍ମଦାତ୍ରୀଙ୍କୁ ଉଭୟ ସ୍ୱର୍ଣ୍ଣ ପଦକ ମିଳିଥାଏ।
ଏପରି ନିୟମ ୧୯୪୪ ମସିହାରେ ସୋଭିଏତ୍ ସଂଘ ଦ୍ୱାରା ଆରମ୍ଭ କରାଯାଇଥିଲା। ତା’ପର ଠାରୁ ଏବେ ଯାଏଁ ଏହି ନିୟମ ପାଳନ କରାଯାଉଛି।