ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଡାକ ବିଭାଗ ଏହାର ସ୍ପିଡ୍‌ ପୋଷ୍ଟ ସେବାକୁ ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ଆରମ୍ଭ କରିଛି। ଏହି ତିନୋଟି ମହାଦେଶର ୬ଟି ରାଷ୍ଟ୍ରରେ ବୁଧବାର ଭାରତୀୟ ଡାକ ବିଭାଗର ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ସେବାର ଆରମ୍ଭ ହୋଇଛି।

ଏହି ୬ଟି ଦେଶ ହେଉଛି ବୋସନିଆ ଓ ହେର୍ଜେଗୋଭିନା, ବ୍ରାଜିଲ୍‌, ଇକ୍ୱେଡର୍‌, କଜଖସ୍ତାନ୍‌, ଲୁଥୁନିଆ ଏବଂ ଉତ୍ତର ମାସେଡୋନିଆ। ଏନେଇ ଭାରତୀୟ ଡାକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଡାକ ସେବା ବର୍ତ୍ତମାନ ବିଶ୍ୱର ୧୦୦ଟି ଦେଶରେ ସ୍ପିଡ୍‌ପୋଷ୍ଟ ସେବା ଯୋଗାଇ ଦେଉଛି।

Comment