ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ କରୋନାରୁ ସୁସ୍ଥ ହୋଇଥିବା ପର୍ଯ୍ୟଟକଙ୍କୁ  ବ୍ରାଜିଲର ଫର୍ଣ୍ଣାଡୋ ଡି ନୋରୋହ୍ନା ଆଇଲାଣ୍ଡକୁ ବୁଲି ଯିବା ପାଇଁ ଅନୁମତି ମିଳୁଛି।

କରୋନା ମହାମାରୀ ଯୋଗୁଁ ଦେଶ ବିଦେଶର ବହୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି। ତେବେ ଏହାରି ଭିତରେ ଖୋଲିଛି ବ୍ରାଜିଲର ଫର୍ଣ୍ଣାଡୋ ଡି ନୋରୋହ୍ନା ଆଇଲାଣ୍ଡ। କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଇଲାଣ୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନିଆରା ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତ ଅନୁସାରେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଆଇଲାଣ୍ଡ ବୁଲିବାକୁ ହେଲେ ପର୍ଯ୍ୟଟକ କୋଭିଡ୍‌ରୁ ସୁସ୍ଥ ହୋଇଥିବା ନିହାତି ଆବଶ୍ୟକ। ଅର୍ଥାତ୍ ଏଠାକୁ କେବଳ ସେହି ପର୍ଯ୍ୟଟକ ଆସିପାରିବେ ଯିଏ କି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବେ।

ବ୍ରାଜିଲର ଫର୍ଣ୍ଣାଡୋ ଡି ନୋରୋହ୍ନା ଆଇଲାଣ୍ଡ କରୋନା କଟକଣା ଯୋଗୁଁ ଦୀର୍ଘ  ୫ ମାସ ହେବ ବନ୍ଦ ଥିଲା। କିନ୍ତୁ ଗତ ସେପ୍ଟେମ୍ବର ୧ ତାରିଖରୁ ଉପରୋକ୍ତ ସର୍ତ୍ତ ସହିତ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏହି ଆଇଲାଣ୍ଡ ନ୍ୟାସନାଲ ମେରାଇନ୍ ରିଜର୍ଭ ସହିତ ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ପାଇଁ ବେଶ୍ ପରିଚିତ। ଏଥିସହ ୟୁନେସ୍କୋ ବିଶ୍ଵ ଐତିହ୍ୟର ମାନ୍ୟତା ପାଇଥିବାରୁ ଏହି ଆଇଲାଣ୍ଡକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ଏହି ଆଇଲାଣ୍ଡକୁ ଆସିବା ପାଇଁ ପ୍ରତିଦିନ ସୀମିତ ସଂଖ୍ୟକ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଥାଏ।ସର୍ତ୍ତର କାରଣ

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଏଠାରେ ରହୁଥିବା ସବୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏଭଳି ସର୍ତ୍ତ ରଖାଯାଇଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଆଉ ଥରେ ସଂକ୍ରମିତ ହେବା ଆଶଙ୍କା ବହୁତ କମ୍। ତେଣୁ କେବଳ କରୋନାରୁ ସୁସ୍ଥ ବ୍ୟକ୍ତି ହିଁ ଏହି ଆଇଲାଣ୍ଡ ବୁଲିବାର ମଜା ନେଇପାରିବେ ବୋଲି ଅଧିକାରୀମାନେ କହିଛନ୍ତି।BGUଅନ୍ୟାନ୍ୟ ସର୍ତ୍ତାବଳୀ

ଏଠାକୁ ବୁଲିବାକୁ ଆସୁଥିବା ଲୋକଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆଣି ଆସିବାକୁ ହେବ। ଏହି ରିପୋର୍ଟ ୨୦ ଦିନ ପୁରୁଣା ହୋଇଥିବା ଆବଶ୍ୟକ। ଏଥିସହ ଆଇଲାଣ୍ଡକୁ ଆସିବା ପାଇଁ ପରିବେଶ ସମ୍ବନ୍ଧୀୟ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି।

Comment