ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona US

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ଛଅ ଲକ୍ଷ ୧୪ ହଜାରରୁ ଅଧିକ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଏକ କୋଟି ୪୮ ଲକ୍ଷ ଟପିଲାଣି। ତେବେ କରୋନା ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଯଥାକ୍ରମେ ଆମେରିକା ଓ ବ୍ରାଜିଲ୍। ଏହାପରେ ଭାରତ ତୃତୀୟ ସ୍ଥାନରେ ରହିଛି।

CGU new

ବର୍ତ୍ତମାନ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୯.୬୧ ଲକ୍ଷ ପାର ହୋଇସାରିଛି। ସେହିପରି ବ୍ରାଜିଲରେ ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ପ଼ିଜିଟିଭ୍ କେସ୍ ଆସିଛି। ଏହା ସହ ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୧.୨୧ ଲକ୍ଷକୁ ବୃଦ୍ଧି ହେବା ସହ ମୃୃତ୍ୟୁସଂଖ୍ୟା ୮୦ ହଜାର ଟପିସାରିଛି।

ଏହା ପଛକୁ ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ଟପିସାରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮,୭୩୨ରେ ପହଞ୍ଚିଲାଣି।

Comment