ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ଲୋକ ଯଦି ଧର୍ତ୍ତବ୍ୟ ଅପରାଧ କରେ, ତେବେ ତାକୁ ଦଣ୍ଡ ଦେବା ପାଇଁ ଆଜୀବନ ଜେଲରେ ରଖାଯାଇଥାଏ। ଏଠାରେ ମଣିଷ ନୁହେଁ ଭାଲକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। କଥାଟା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ, ହେଲେ ଏହା ସତ।

କାଜାଖସ୍ତାନର ଏକ ଜେଲରେ ଭାଲୁକୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି। ଜେଲରେ ଅନ୍ୟ କଏଦୀମାନଙ୍କ ସହ ଭାଲୁ ମଧ୍ୟ ଜେଲରେ ଦଣ୍ଡ ଭୋଗୁଛି। ଏହି ଭାଲୁର ନାଁ ହେଉଛି କୋସ୍ତନ୍ୟା, ତା’ର ବୟସ ୩୬ ବର୍ଷ।

ଭାଲୁଟି ପ୍ରଥମେ ଗୋଟିଏ ସର୍କସ କମ୍ପାନିରେ କାମ କରୁଥିଲା। ଏହାପରେ ତାକୁ ସେଇ ସର୍କସ କମ୍ପାନିରୁ ବାହାର କରିଦିଆଯାଇଥିଲା। ତା’ପରେ ଭାଲୁଟିକୁ ଗୋଟିଏ ଚିଡ଼ିଆଖାନରେ ରଖାଯାଇଥିଲା। ଯେଉଁଠି ତାକୁ ସବୁଲୋକ ଦେଖିବା ସହ ତାକୁ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଦେଇଥାନ୍ତି। ତେବେ ସେ ଲଗାତାର ଭାବେ ପର୍ଯ୍ୟଟକମାନଙ୍କୁ ଖାଇବା ଦେବାବେଳେ ଆକ୍ରମଣ କରିଥିଲା।

ଏହାପରେ ଚିଡ଼ିଆଖାନା କର୍ତ୍ତୁପକ୍ଷ ତାକୁ ରଖିବାକୁ ମନା କରିଦେଇଥିଲେ। ଏହାପରେ ଅନ୍ୟ କିଛି ଉପାୟ ନପାଇ ତାକୁ ଆଜୀବନ ଗୋଟିଏ ଜେଲରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଦିହିନଠାରୁ ଦୀର୍ଘ ୧୫ ବର୍ଷ ଧରି ଭାଲୁଟି କାଜାଖସ୍ତାନରେ ଗୋଟିଏ ଜେଲରେ ବନ୍ଦୀ ହୋଇ ରହିଛି।

Comment