ଓଡ଼ିଶାଲାଇଭ୍ ବ୍ୟୁରୋ

କାଜଖସ୍ତାନରେ ଯେଉଁ ନାରୀ ୭ରୁ ଅଧିକ ଶିଶୁ ଜନ୍ମ କରୁଛନ୍ତି ସରକାର ତାଙ୍କୁ ସ୍ୱର୍ଣ୍ଣପଦକରେ ସମ୍ମାନିତ କରାଯାଉଛି।

ବିଶ୍ୱର ଏମିତି ଅନେକ ଦେଶ ଅଛି ଯେଉଁ ଦେଶରେ ଶିଶୁ ଜନ୍ମହାର ବଢ଼ାଇବାକୁ ସେଠାକାର ସରକାର ଗୁରୁତ୍ୱ ଦେଉଛନ୍ତି। ସେଠାକାର ସରକାର ବିଭିନ୍ନ ପ୍ରକାର ନୀତିନିୟମ ପ୍ରଣୟନ କରି ଦେଶରେ ଶିଶୁଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅଧିକ ଶିଶୁ ଜନ୍ମ କଲେ ମା’ମାନଙ୍କୁ ସ୍ୱର୍ଣ୍ଣପଦକରେ ସମ୍ମାନିତ କରାଯାଉଛି।

କାଜଖସ୍ତାନରେ ସରକାରଙ୍କ ଏପରି ନୂଆ ଯୋଜନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେଠାରେ ସରକାର ଶିଶୁ ଜନ୍ମହାର ବଢ଼ାଇବା ପାଇଁ ଏକ ଅଦ୍ଭୁତ ପଦକ୍ଷେପ ନେଇଛନ୍ତି। ଦେଶରେ ଯେଉଁ ମହିଳା ସାତରୁ ଅଧିକ ଛୁଅ ଜନ୍ମ କରିବେ, ସରକାର ତାଙ୍କୁ ସ୍ୱର୍ଣ୍ଣପଦକରେ ସମ୍ମାନିତ କରାଯିବ।

ସେହିପରି ଛଅଟି ଛୁଆ ଜନ୍ମ କଲେ ମା’ମାନଙ୍କୁ ରୋପ୍ୟ ପଦକ ମିଳିବ। ଏଥିସହିତ ସେମାନଙ୍କୁ ଜୀବନସାରା ମାସିକ ଭତ୍ତା ମଧ୍ୟ ସରକାର ପ୍ରଦାନ କରିବେ। କାଜଖସ୍ତାନରେ ଏହି ନାରୀମାନଙ୍କୁ ‘ହିରୋ ମଦର୍ସ’ର ଆଖ୍ୟା ମିଳୁଛି। କାଜଖସ୍ତାନ ସରକାର ଏହାସହ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି।

ଏହା ପୂର୍ବରୁ ୧୯୪୪ ମସିହାରେ ସୋଭିଏତ ସଂଘ ଶିଶୁ ଜନ୍ମହାର ବଢ଼ାଇବା ପାଇଁ ଏହି ପୁରସ୍କାର ପଦ୍ଧତି ଆପଣେଇଥିଲା। ସେ ସମୟରେ ଯେଉଁ ନାରୀ ମାନେ ୧୦ରୁ ଅଧିକ ଶିଶୁ ଜନ୍ମ ଦେଉଥିଲେ ସେମାନଙ୍କୁ ସରକାରଙ୍କ ତରଫରୁ ‘ମଦର ହିରୋଇନ’ର ଆଖ୍ୟା ପ୍ରଦାନ କରାଯାଉଥିଲା। ତା’ସହ ତାଙ୍କୁ ବିଭିନ୍ନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଉଥିଲା।

Comment