ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ମହଲା କୋଠାରେ ଧକ୍କା ହୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜାକିସ୍ତାନରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ସମୁଦାୟ ୯୫ ଜଣ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ଆହତ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି କାଜାକିସ୍ତାନର ସବୁଠୁ ବଡ ସହର ଅଲ୍ମାଟୀରୁ ନୂରସୁଲତାନ ଯାଉଥିଲା। ଉଡାଣ ଭରିବା ସମୟରେ ଏହା ଏକ ଦୁଇ ମହଲା ଘରେ ଧକ୍କା ହୋଇଥିଲା।

ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଏକ ବିଶେଷ ଟିମ୍ ଗଠନ କରାଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment