ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ଧାରବାଡ଼ା ଅଞ୍ଚଳରେ ନିର୍ମାଣଧିନ କୋଠା ଭୁଷୁଡ଼ିବାର ତୃତୀୟ ଦିନରେ ପହଞ୍ଚିଛି। ଏହି ଦୁର୍ଘଟଣାରେ  ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪ ଛୁଇଁଛି। ଦୁର୍ଘଟଣାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୬୦ ଜଣଙ୍କୁ ଉଦ୍ଧାର କରିସାରିଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ୧୨ ଜଣ ନିଖୋଜ ଥିବା ସୂଚନା ମିଳିଛି।

ମଙ୍ଗଳବାର କୋଠା ଭୁଷୁଡ଼ିବା ପରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ବେଙ୍ଗାଳୁରୁଠାରୁ ୪୦୦ କିଲୋମିଟର ଦୂରରେ ଅବସ୍ଥିତ କୁମରେଶ୍ୱର ନଗରରେ ୫ ମହାଲା ବିଶିଷ୍ଟ ଏକ ନିର୍ମାଣଧିନ କୋଠଶ ଭୁଷୁଡ଼ି ପଡ଼ିଥିଲା। ଦୁର୍ଘଟଣା ସମୟରେ ବିଲ୍ଡିଂର ତୃତୀୟ ମହଲାରେ କାମ ଚାଲିଥିଲା।

ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମହଲାରେ ବିଭିନ୍ନ ଦୋକନ ଆରମ୍ଭ ହୋଇସାରିଥିଲା। ଏହି ଦୋକାନମାନଙ୍କରେ ପାଖାପାଖି ୧୫୦ ଲୋକ ଥିବାର ସୂଚନା ମିଳିଛି। ତେବେ ଦୂର୍ଘଟଣା ଘଟିବା ପରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comment