ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବାରେଣୀପୁଟରେ ଶୁକ୍ରବାର ବିଳମ୍ଵିତ ରାତିରେ ଗୋଟିଏ ପରିବାରର ୫ ଜଣଙ୍କ ଉପରେ ଏକ ପରିତ୍ୟକ୍ତ କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ଶନିବାର ଜଣେ ୮ ବର୍ଷ ବାଳକର ମୃତ୍ୟୁ ହୋଇଛି। ନାବାଳକର ନାଁ ରସେଲ ଖରା ବୋଲି ଜଣାପଡ଼ିଛି।

ସ୍ଥାନୀୟ କଲେନୀର ଗୋଟିଏ ପରିବାର ଶୁକ୍ରବାର ରାତିରେ ସେହି କୋଠା ଦେଇ ଆସୁଥିବା ବେଳେ କୋଠାଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ୫ ଜଣ କୋଠା ତଳେ ଫସି ଯାଇଥିଲେ। ପରେ ସ୍ଥାନୀୟ ଲୋକ, ଓଡ୍ରାଫ ଟିମ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଥମେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ବିଳମ୍ଵିତ ରାତି ବହୁ ଚେଷ୍ଟା ପରେ ରାସେଲକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାସେଲଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ପରିବାରର ଅନ୍ୟ ୪ ଜଣ ଚିକିତ୍ସିତ ହେଉଛନ୍ତି।

Comment