ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ବଲୁଚିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ଗୋଟେ ଯାତ୍ରୀବାହୀ ବସ୍‌ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଗୁଳିକାଣ୍ଡରେ ୧୪ ଜଣ ବସ୍‌ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏନେଇ ପ୍ରାଦେଶିକ ଗୃହ ସଚିବ ହେଦର ଅଲ୍ଲୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହି ବସ୍‌ଟି ଓରମାର୍‌ରୁ କରାଚି ଉପକୂଳବର୍ତ୍ତୀ ସହର ମେଗାସିଟି ଯାଉଥିଲା। ବାଟରେ ମକ୍ରାନ୍‌ଠାରେ ଆତଙ୍କବାଦୀମାନେ ବସ୍‌ଟିକୁ ଅଟକାଇଥିଲେ।

ସୈନିକ ପୋଷାକରେ ପାଖାପାଖି ୧୦ରୁ ୧୫ଜଣ ଆତଙ୍କବାଦୀ ବସ୍‌ଟିକୁ ଅଟକାଇ ଯାତ୍ରୀମାନଙ୍କୁ ବାହାରୁ ଓହ୍ଲାଇଦେଇଥିଲେ। ଏହାପରେ ଆତଙ୍କବାଦୀମାନେ ଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଥିଲେ। ଏହି ଘଟଣାରେ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

Comment