ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ହ୍ରଦ ଦେଖିଥିବେ, ଜଙ୍ଗଲ ବି ଦେଖିଥିବେ ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ହ୍ରଦରେ ଭିତରେ ଜଙ୍ଗଲ ଦେଖିବାକୁ ପାଇବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାଜାଖସ୍ତାନର ସତୀରେ ଥିବା କାଇଣ୍ଡି ହ୍ରଦରେ ଆପଣ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ।

ଏହି ହ୍ରଦ କାଜାଖସ୍ତାନର ସବୁଠାରୁ ବଡ ସହର ଆଲମାଟିଠାରୁ ୧୨୯ କିଲୋମିଟର ଦୂରରେ ରହିଛି। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ହ୍ରଦ ଭିତରେ ବଢ଼ିଥିବା ଗଛ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ହ୍ରଦ ଭିତରେ ଏତେ ସଂଖ୍ୟାର ଗଛ ରହିଛି ଯାହା ଆପଣଙ୍କୁ କୌଣସି ଏକ ଜଙ୍ଗଲ ଭଳି ଅନୁଭବ ହେବ।

ରିପୋର୍ଟ ଅନୁସାରେ ୧୯୧୧ରେ ମସିହାରେ ହୋଇଥିବା ଭୂକମ୍ପ ଯୋଗୁଁ ଏଭଳି ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଅର୍ଥାତ ଭୁସ୍ଖଳନ ଯୋଗୁଁ ଏକ ପାହାଡ଼ରେ ଖାଲ ହୋଇଯାଇଥିଲା। ଏହାପରେ ଏତେ ପରିମାଣର ବର୍ଷା ହୋଇଥିଲା ଯେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଧୀରେ ଧୀରେ ପାଣି ଭିତରେ ଗଛ ଉଠିବାକୁ ଲାଗିଲା। ଏହି ହ୍ରଦର ପାଣି ବହୁତ ଥଣ୍ଡା ଏବଂ ସଫା।

ଏଠାକାର ରାସ୍ତା ଖରାପ ହୋଇଥିବାରୁ ପର୍ଯ୍ୟଟକମାନଙ୍କୁ ଯିବା ଆସିବାରେ ଅସୁବିଧା ହୋଇଥାଏ। ତଥାପି ଏହି ସୁନ୍ଦର ଦୃଶ୍ୟକୁ ଦେଖିବା ପାଇଁ ଓ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଆସନ୍ତି।

Comment