ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଦି ଆରବ ଏକ ଏପରି ଦେଶ ଯେଉଁଠୁ ତେଲ ପ୍ରଚୁର ମିଳେ କିନ୍ତୁ ପାଣିର ଘୋର ଅଭାବ ଦେଖାଯାଏ। ତେବେ ଏହି ଦେଶ ପିଇବା ପାଣି କେଉଁଠୁ ଆଣେ ଜାଣନ୍ତୁ।

ସାଉଦି ଆରବ, ଏଠାରେ ବିପୁଳ ପରିମାଣର ତେଲ ଉତ୍ପାଦନ ହୁଏ। ଏଥିପାଇଁ ଏହି ଦେଶ ମଧ୍ୟ ଧନୀ ହୋଇପାରିଛି। କିନ୍ତୁ ଏଠାରେ ପାଣିର ଅଭାବ ଦେଖାଯାଏ। ଏମିତିକି ଏଠାରେ ପିଇବା ପାଣି ନାହିଁ କହିଲେ ଚଳେ।  କାରଣ ଏଠାରେ ଗୋଟିଏ ହେଲେ ନଦୀ କିମ୍ବା ହ୍ରଦ ନାହିଁ। ତେବେ ଏବେ ପ୍ରଶ୍ନ ଉଠିଛି ଯେ ସାଉଦି ଆରବ କେଉଁଠାରୁ ପିଇବା ପାଇଁ ପାଣି ଆଣିଥାଏ?

ଏହି ଦେଶରେ କେବଳ ଏକ ପ୍ରତିଶତ ଜମି ଚାଷ ଯୋଗ୍ୟ ଏବଂ ସେଥିରେ ଅଳ୍ପ କିଛି ପନିପରିବା ଚାଷ କରାଯାଏ। କାରଣ ଧାନ ଓ ଗହମ ପରି ଫସଲ କରିବା ପାଇଁ ବହୁ ଜଳ ଆବଶ୍ୟକ ହୁଏ। ଯଦିଓ ଏଠାରେ ଥରେ ଗହମ ଚାଷ ଆରମ୍ଭ ହୋଇଥିଲା, କିନ୍ତୁ ଜଳ ଅଭାବରୁ ଏହାକୁ ପରେ ବନ୍ଦ କରାଯାଇଥିଲା। ସେଥିପାଇଁ ସମସ୍ତ ଖାଦ୍ୟ ସାମଗ୍ରୀ ସାଉଦି ଆରବ ବିଦେଶରୁ କିଣେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ବର୍ଷା କେବଳ ବର୍ଷକୁ ଥରେ କମ୍ବା ଦୁଇ ଥର ହୁଏ। ଏପରି ପରିସ୍ଥିତିରେ ବର୍ଷା ପାଣିକୁ ସଂଗ୍ରହ କରିବା ସମ୍ଭବ ନୁହେଁ।

ସତ କଥା ହେଲା ଏଠାରେ ସମୁଦ୍ର ପାଣିକୁ ପିଇବା ପାଣି କରାଯାଏ। ଯେହେତୁ ସମୁଦ୍ର ଜଳରେ ଲୁଣର ପରିମାଣ ଅଧିକ, ତେଣୁ ଲୁଣକୁ ସମୁଦ୍ର ଜଳରୁ ନିଷ୍କାସନ ଅଲଗା କରାଯାଇଥାଏ। ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବ ତେଲରୁ ଯେଉଁ ଟଙ୍କା ଆୟ କରିଥାଏ ତା’ର ଏକ ଅଂଶ ସମୁଦ୍ର ଜଳକୁ ପାନୀୟଜଳ କରିବା ପାଇଁ ଖର୍ଚ୍ଚ କରିଥାଏ।

Comment