ଓଡ଼ିଶାଲାଇଭ୍ ବ୍ୟୁରୋ

ହୋଲି ପୂର୍ବଦିନ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁରେ ଅଘଟଣ ଘଟିଛି। ରଙ୍ଗ ଖେଳିସାରି ନଦୀରେ ଗାଧୋଉଥିବା ସମୟରେ ୭ ଜଣ ଭାସି ଯାଇଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭାସି ଯାଇଥିବା ଆଉ ୪ ଜଣଙ୍କ ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀ ମଙ୍ଗଳାଘାଟକୁ ଗାଁର ୭ ଜଣ ପିଲା ରଂଗ ଖେଳି ସାରିବା ପରେ ଶୁକ୍ରବାର ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ୭ ଜଣ ପିଲା ନଦୀ ସ୍ରୋତରେ ଭାସି ଯାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ଖୋଜା ଖୋଜି କରିବା ପରେ ଜଣକର ମୃତ ଦେହ ଉଦ୍ଧାର କରାଯାଇଥିଲା। ପରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନଦୀ ସ୍ରୋତରେ ଭାସି ଯାଇଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବତ୍ତର୍ମାନ ସୁଦ୍ଧା ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ବୁଡ଼ି ଯାଇଥିବା ସମସ୍ତ ପିଲାଙ୍କ ବୟସ ୧୫ରୁ ୨୧ ବର୍ଷ ମଧ୍ୟରେ ହେବ।

Tag: #Jajpur #BadasuanloVillage #KharasrotaRiver #Accident #Death #Missing

Comment