ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ନବୀନ ୬ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହାସହ ୫ ଜଣ ଅଫିସରଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ଏନ ଏଚ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା, ହାଟଡିହି ବ୍ଲକ ଜଳସଂପଦ ବିଭାଗ ସହକାରୀ ଯନ୍ତ୍ରୀ ସୁଶୀଲ ସେଠୀ, ପାପଡ଼ାହାଣ୍ଡି ବ୍ଲକ ପିଏ ସୁରେଶ ମିଶ୍ର, ଅନୁଗୁଳ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ ଶର୍ମା, କୁଡୁମୁଲୁଗୁମ୍ମା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରବିନ୍ଦ୍ର ଦାସ ଓ ଧାନକୁଡ଼ା ବ୍ଲକ ପଞ୍ଚାୟତିରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ବୁଦ୍ଧିରାମ ଶୁନିଆନିଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଛନ୍ତି।

ଦୁଇ ମାସ ମଧ୍ୟରେ ନବୀନ ପଟ୍ଟନାୟକ ମୋଟ୍‌ ୪୪ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିସାରିଲେଣି। ଏହାସହ ୧୧ଜଣଙ୍କ ପେନସନ୍ ବନ୍ଦ ଓ ୧୦ ଜଣଙ୍କୁ କାର୍ଯ୍ୟରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି।

Comment