ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ୪୮ ଘଣ୍ଟା ପରେ ଅବପାତ ରୂପ ନେଇପାରେ ଲଘୁଚାପ
  • ଦୁଇ ଦିନ ପରେ ବାତ୍ୟା ସମ୍ପର୍କରେ ମିଳିବ ସ୍ପଷ୍ଟ ସୂଚନା
  • ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ମନା

ଓଡ଼ିଶାକୁ ପୁଣି ଆଉ ଏକ ବାତ୍ୟା ଆସୁଥିବା ଖବର ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ।

‘‘ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୁର୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୪୮ଘଣ୍ଟା ପରେ ଏହା ଅବପାତର ରୂପ ନେବ। ବର୍ତ୍ତମାନ ବାତ୍ୟାକୁ ନେଇ କୌଣସି ଆଗୁଆ ସୂଚନା ଦେଇ ହେବନି। ଆଗାମୀ ଦୁଇଦିନ ମଧ୍ୟରେ ବାତ୍ୟା ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ମିଳିପାରିବ’’, କହିଛନ୍ତି ହବିବୁର ରେହମାନ।

ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ଚାରି ପାଞ୍ଚ ଦିନ ପାଇଁ ଓଡ଼ିଶା ପ୍ରତି କୌଣସି ପ୍ରକାର ସତର୍କ ସୂଚନା ନାହିଁ। ତେବେ ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଲଘୁଚାପର ପ୍ରତିଟି ଦିଗ ପ୍ରତି ପାଣିପାଗ ବିଭାଗ ନଜର ରଖିଛି। ଯଦି ଓଡ଼ିଶା ପ୍ରତି କୌଣସି ବିପଦ ଦେଖାଦିଏ ତେବେ ଏହା ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ।

Comment